ନିର୍ମଳ ମନ - ଶୁଭମ ବେହେରା




 ଦିନକର ଘଟଣା  ତୁଳସୀ ପୁର ନାମର ଏକ ଗାଁ ରେ ଗୋଟେ ପାନ ଦୋକାନ ଥିଲା | ଦୋକାନୀ ପାନ ଭାଙ୍ଗୁଥାଏ | ଠିକ ସେହି ସମୟରେ ରେ ଗୋଟେ ମୁସଲମାନ ଆସି ପହଁଚିଲା | ସେ ସବୁଆଡେ ବୁଲି ବୁଲି ଚାହିଁଲା |ତାର ହଠାତ ନଜର ପଡିଲା  ଦୋକାନରେ  ଝୁଲୁ  ହେଇଥିବା 'ଫୋଟୋ' ଉପରେ|ସେ ଫୋଟୋ ଟା ହେଉଛି ଶ୍ରୀକୃଷ୍ଣ ଙ୍କର |ମୁସଲମାନ ଲୋକଟି ଜାଣି ନଥିଲା ସେ ଫୋଟୋ ଟା କାହାର ବୋଲି | ସେ ଫୋଟୋ ଟିକୁ ଦେଖୁ ଦେଖୁ ତାର ନଜର ପଡିଲା ସେ ଫୋଟୋ ରେ ଥିବା ଶ୍ରୀକୃଷ୍ଣ ଙ୍କ ପାଦ ଉପରେ | ସେ ଫଟୋ ରେ ଶ୍ରୀକୃଷ୍ଣ ଙ୍କର ପାଦ ଖାଲି ଥିଲା |ସେ କଠଉ  ପିନ୍ଧିନଥିଲେ |ମୁସଲମାନ ଲୋକଟି ହେଉଛି ଏକ ମୋଚି | ସେ ଫଟୋ ଟିକୁ ଦେଖି ପାନ ଖାଇ ଫେରି ଆସିଲା ସେ ଦୋକାନରୁ |

 

                    ସେ ତା ଘରକୁ ଆସି ସେ ଦେଖିଥିବା ଫୋଟୋ ରେ ଥିବା କୁନି ପିଲାଟିର ପାଦରେ କିଛି ପିନ୍ଧିନଥିଲା |ସେଥି ପାଇଁ ସେ ଦଶ ଦିନ ଧରି ଗୋଟେ ଜୋତା ତିଆରି କଲେ |ସେ କୁନି ପିଲାଟି ପାଇଁ |ତା ପରେ ସେ ଜୋତାକୁ ଧରି ସେ ପାନ ଦୋକାନ କୁ ଗଲେ |ସେ ପାନ ଦୋକାନୀ କହିଲା ମଉସା କଣ ପାନ ଖାଇବ |ମୁସଲମାନ ବୁଢ଼ା ଲୋକଟି କହିଲା ନାଁ |ମୁସଲମାନ ବୁଢ଼ା  ଲୋକଟି କହିଲା ମୁଁ ତମ ପୁଅ ପାଇଁ ଗୋଟେ ଜୋତା ସିଲେଇ କରିକି ଆଣିଛି ତମେ ନେଇକି ତମ ପୁଅକୁ ପିନ୍ଧାଇବ|ପାନ ଦୋକାନୀଟି କହିଲା ମୋର ପୁଅ ନାହିଁ |ମୁସଲମାନ ବୁଢା ଲୋକଟି କହିଲା ଏ କାନ୍ଥରେ ମରା ହୋଇଥିବା ଫୋଟୋ କାହାର |ପଣା ଦୋକାନୀ ଟି କହିଲା ଏ ହେଉଛି କହେଁଇ |ତା ପରେ ମୁସଲମାନ ବୁଢ଼ା ଟି ପଚାରିଲା ୟାଙ୍କର ଘର କେଉଁଠାରେ |ଦୋକାନୀ ଟି କହିଲା ୟାଙ୍କର ଘର ବୃନ୍ଦାବନରେ | 

  

                      ତା ପରା ଦିନ ସେହି ମୁସଲମାନ ବୁଢା ଲୋକଟି ଚାଲି ଚାଲି ବୃନ୍ଦାବନ ଗଲା |ସେ ସେଠାରେ ପହଂଚୁ ପହଂଚୁ ତାକୁ ମାସେ ଲାଗିଗଲା | ପହଁଚିବା ପରେ ସେଠାକାର  ଗୋଟେ ଲୋକକୁ ଡ଼ିକି ପଚରିଲେ କହେଁଇ ଘର କେଉଁଠାରେ | ସେ ଲୋକଟି କହିଲା ସେଇ ଆଗରେ ଯେଉଁ ମନ୍ଦିର ଦେଖା ଯାଉଛି ସେଇଟା ହେଉଛି କହେଁଇଙ୍କ ଘର |ତା ପରେ ମୁସଲମାନ ବୁଢାଟି ସେଇ ମନ୍ଦିର ପ୍ରାଙ୍ଗଣକୁ ଗଲା | ଦେଖିଲା ମନ୍ଦିର କବାଟ ବନ୍ଦ ଅଛି |ସେଠାରେ କିଛି ଲୋକ ଥିଲେ ତାଙ୍କ ମାନଙ୍କୁ ପଚାରିଲେ କହେଁଇ କଣ ଘରେ ନାହିଁ କି | ସେ ମାନେ କହିଲେ ହଁ  ଅଛନ୍ତି କିନ୍ତୁ ଆଜି ତାଙ୍କ ପହଡ଼ ପଡି ସାରିଲାଣି ଆଜି ତାଙ୍କୁ ଦର୍ଶନ କରି ପାରିବ ନାହିଁ | କାଲି ଯାଇ ସକାଳେ ଦର୍ଶନ କରିବ | ମୁସଲମାନ ବୁଢ଼ାଟି ଭାବିଲା ଅଟେ ଦିନ ନଖାଇ ନପଇ ତା ପାଇଁ ଜୋତା କରିଛି ଅଉ ଆଜି ରାତିଟା ରହିପାରିବିନି |ସେ ମନ୍ଦିର ପ୍ରାଙ୍ଗଣରେ ଜୋତା ଟି କୁ ଥୋଇ ଶୋଇ ପଡିଲା |


                      ଠିକ ରାତି ବାରଟା ବେଳେ ମନ୍ଦିରର କବାଟ ଆପେ ଆପେ ଖୋଲି ଗଲା | ଟା ପରେ କହେଁଇ ଟା ଭିତରୁ ବାହାରି ଆସି ମୁସଲମାନ ଟିକୁ ଡାକିଲେ | ମୁସଲମାନଟି ଉଠିପଡ଼ିଲା ତା ପରେ ସେ ପଚାରିଲା ତୁ କହେଁଇ ଟି | ଶ୍ରୀକୃଷ୍ଣ ହଁ କରିଲେ | ତା ପରେ ସେ ବୁଢା ଲୋକଟି କହିଲା ଦେଖେଇଲୁ ତୋ ପାଦ | ତାପରେ ଶ୍ରୀକୃଷ୍ଣ ତାଙ୍କ ପାଦ ଦେଖାଇଲେ ତା ପରେ ସେ ବୁଢା ଲୋକ ଟି ଶ୍ରୀକୃଷ୍ଣ ଙ୍କୁ ଜୋତା ପିନ୍ଧାଇଦେଲା | ବୁଢା ଟି ଯେତେବେଳ ଜୋତା ପିନ୍ଧାଉଥିଲା ସେ ଶ୍ରୀକୃଷ୍ଣ ଙ୍କ ପାଦ ଦେଖି ଖୁସି ହେଇଗଲା | କେଡ଼େ ସୁନ୍ଦର ପାଦ ହେଇଛି |  ସେ ଜୋତା ପିନ୍ଧାଇ ସରିଲା ପରେ ଶ୍ରୀକୃଷ୍ଣ ଙ୍କୁ କହିଲା ମୁଁ ଯାଉଛି | ଶ୍ରୀକୃଷ୍ଣ ପଚରିଲେ ତମ ପାଉଣା ନବନି |ମୁସଲମାନ ବୁଢା ଟି ମନା କଲା | ସେ କହିଲା ତୁ କଣ ମୋତେ କହିଥିଲୁ କି ଜୋତା ଆଣିବା ପାଇଁ | ମୁଁ ମୋ ଖୁସିରେ ତୋ ପାଇଁ ଆଣିଥିଲି | ମୋର ପଇସା କଣ ହେବ |ମୁଁ ତ ଅଉ କେତେ ଦିନରେ ମାରିବି | ମୋର ପଇସା କଣ ହେବ | ତା ସେ ଲୋକଟି ତା ଘରକୁ ପାଳିଲା | ଘରକୁ ଯାଇ ଦେଖିଲା ବେଳକୁ ତା ଘର ସ୍ଵର୍ଣ ମହଲ ପରି ହେଇଯାଇଥିଲା | 


                                            ଶୁଭମ ବେହେରା 

                                            ମହାଲକ୍ଷ୍ମୀ ପୁର

Post a Comment

0 Comments